ରାତି ଅଧିଆ ଗାଁରେ ପଶିଲା ଦନ୍ତା: କେଦାରପୁର ପଞ୍ଚାୟତରେ କୋକୁଆ ଭୟ

ସୋର: ବିଳମ୍ବିତ ରାତିରେ ସୋର ଅନ୍ତର୍ଗତ କେଦାରପୁର ପଞ୍ଚାୟତରେ ଏକ ଦନ୍ତା ହାତୀର ପ୍ରବେଶକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି। ହଠାତ୍ କିଆରପୁର ଶାସନ ମଧ୍ୟରେ ଏହି ବିଶାଳକାୟ ହାତୀଟିକୁ ବୁଲୁଥିବାର ଦେଖି ଲୋକଙ୍କ ମଧ୍ୟରେ ଛାନିଆ ପଶିଯାଇଥିଲା ଏବଂ ପ୍ରାଣ ବିକଳରେ ସେମାନେ ଏଣେତେଣେ ଛତ୍ରଭାଙ୍ଗ ଦେଇଥିଲେ। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଗାଁର କିଛି ସାହସୀ ଯୁବକ ଏକାଠି ହୋଇ ହାତୀଟିକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ। ଯୁବକମାନଙ୍କ ତାଗିଦ୍ ପରେ ଦନ୍ତାଟି ସେଠାରୁ ବାହାରି କେଦାରପୁର ଓ ବାଳଙ୍ଗ ଅଞ୍ଚଳ ଆଡ଼କୁ ମୁହାଁଇଥିବା ଜଣାପଡ଼ିଛି। ମଝି ରାତିରେ ଜନବସତି ମଧ୍ୟରେ ହାତୀର ଏଭଳି ଅବାଧ ବିଚରଣ କାରଣରୁ ସମଗ୍ର ପଞ୍ଚାୟତରେ ଏବେ ମଧ୍ୟ ଭୟ ଓ ଆଶଙ୍କାର ବାତାବରଣ ଲାଗି ରହିଛି।

Leave a Reply

Your email address will not be published. Required fields are marked *