ଜ୍ଵାଇଁଙ୍କୁ ଶଶୁରଙ୍କ ନିଆରା ବିବାହ ଉପହାର

**ଜ୍ୱାଇଁଙ୍କ ପାଇଁ ଶ୍ୱଶୁରଙ୍କ ଅଦ୍ଭୁତ ଉପହାର… ଚର୍ଚ୍ଚାରେ ଦେଢ଼ କିଲୋ ଓଜନର ରୂପା ଚପଲ**ସୋସିଆଲ ମିଡିଆରେ ଏବେ ଏକ ନିଆରା ବିବାହ ଉପହାରକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ନୂଆଦିଲ୍ଲୀ, କୋଲ୍ଲାପୁର ଅଞ୍ଚଳର ଜଣେ ଶ୍ୱଶୁର ନିଜ ଜ୍ୱାଇଁଙ୍କୁ ଉପହାର ଦେବା ପାଇଁ ସ୍ୱତନ୍ତ୍ର ଭାବେ ଦେଢ଼ କିଲୋ ଶୁଦ୍ଧ ରୂପାରେ ଏକ ଆକର୍ଷଣୀୟ କୋଲ୍ଲାପୁରୀ ଚପଲ ତିଆରି କରାଇଛନ୍ତି। ଏହି ରୂପା ଚପଲର ଆନୁମାନିକ ମୂଲ୍ୟ ୪.୨୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।ମହାରାଷ୍ଟ୍ରର କୋଲ୍ଲାପୁରର ଜଣେ ପ୍ରସିଦ୍ଧ ରୂପା କାରିଗର ବିକ୍ରାନ୍ତ ମଲି ଏହାକୁ ଦୀର୍ଘ ୯ ଦିନର ପରିଶ୍ରମ ପରେ ସୂକ୍ଷ୍ମ ନକସା ଏବଂ ପାରମ୍ପରିକ ଡିଜାଇନ୍‌ ସହ ପ୍ରସ୍ତୁତ କରିଛନ୍ତି।କାରିଗରଙ୍କ କହିବା ଅନୁଯାୟୀ, ଏହା କେବଳ ସୋ’ ପିସ୍ ନୁହେଁ, ବରଂ ରୂପା ସହିତ କ୍ୟାଡମିୟମ୍ ମିଶ୍ରଣ କରାଯାଇ ଏହାକୁ ଏପରି ମଜବୁତ କରାଯାଇଛି ଯେ କେହି ବି ଚାହିଁଲେ ଏହାକୁ ସାଧାରଣ ଚପଲ ଭଳି ପିନ୍ଧିପାରିବେ।ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ଦିଆଗଲା ଏହି ରୌପ୍ୟ ଚପଲ ..? ହିନ୍ଦୁ କ୍ୟାଲେଣ୍ଡରର ପବିତ୍ର ‘ଅଧିକ ମାସ’ ଅବସରରେ ଜ୍ୱାଇଁଙ୍କୁ ସୁନା କିମ୍ବା ରୂପାର ଜିନିଷ ଉପହାର ଦେବାର ପରମ୍ପରା ରହିଛି। ସେଥିପାଇଁ ସାଙ୍ଗଲି ଅଞ୍ଚଳର ଜଣେ ବ୍ୟବସାୟୀ ନିଜ ଜ୍ୱାଇଁଙ୍କ ପାଇଁ ଏହି ସ୍ୱତନ୍ତ୍ର ଉପହାର ଦେଇ ବେଶ୍ ଚର୍ଚ୍ଚା ସାଉଁଟି ଥିଲେ । ବର୍ତ୍ତମାନ ଏହି ରୂପା ଚପଲର ଫଟୋ ଓ ଭିଡିଓ ଇଣ୍ଟରନେଟ୍‌ରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ଏବଂ ଏହାକୁ ନେଇ ଲୋକଙ୍କ ମଧ୍ୟରେ କୌତୂହଳ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *